ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ଗିରଫ

ପଟିଆଲା: ପଞ୍ଜାବ ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନାଙ୍କୁ ପୋଲିସ ଗିରଫ କରିଛି। ଆଜି ପୋଲିସ ତାଙ୍କୁ କୋର୍ଟରେ ହାଜର କରିବ। ଶୁକ୍ରବାର ଘଟିଥିବା ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଭାବେ ବରଜିନ୍ଦର ସିଂ ପରୱାନାଙ୍କୁ ପୋଲିସ ଚିହ୍ନଟ କରିଥିଲା। ପଟିଆଲା ରେଞ୍ଜର ନୂଆ ଆଇଜି ମୁଖୱିନ୍ଦର ସିଂ ଛିନା କହିଛନ୍ତି ଯେ ବରଜିନ୍ଦର ସିଂ ପରୱାନା ଜଣେ ଅପରାଧ ପ୍ରବୃତ୍ତିର ବ୍ୟକ୍ତି। ତାଙ୍କ ବିରୋଧରେ ପୂର୍ବରୁ ୪ ଟି ମାମଲା ରୁଜୁ ହୋଇଛି | ସେ କହିଛନ୍ତି ଯେ ପଟିଆଲା ହିଂସାର ଷଡ଼ଯନ୍ତ୍ର ଦିଗର ତଦନ୍ତ କରାଯାଉଛି। କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ |

ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ସମୟରେ ଶିବସେନା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହିଂସାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ।

Comments are closed.