କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମେହବୁବା ମୁଫତି

ଅନନ୍ତନାଗ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତିଙ୍କ କାର୍ ଗୁରୁବାର ଅନନ୍ତନାଗ ଜିଲ୍ଲାର ସଙ୍ଗମ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ମୁଫତି ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ତାଙ୍କ କାର୍ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସଡ଼କ ଦୁର୍ଘଟଣାରେ ମେହବୁବା ମୁଫତିଙ୍କ କିଛି କ୍ଷତି ହୋଇନାହିଁ । ତେବେ ତାଙ୍କ ଡ୍ରାଇଭରଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି।

ସୂଚନାନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ଅଗ୍ନିକାଣ୍ଡ ପୀଡିତଙ୍କୁ ଭେଟିବା ପାଇଁ ଅନନ୍ତନାଗରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଖାନବଲ ଅଞ୍ଚଳକୁ ଯିବାର ଥିଲା। ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମେହବୁବା ମୁଫତିଙ୍କ ପାଇଁ ଆଉ ଏକ ଗାଡ଼ିର ବ୍ୟବସ୍ଥା କରିଥିଲା। ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.