ହିଜାବ ବିବାଦ ଉପରେ ମତ ରଖିଲେ ମିସ୍ ୟୁନିଭର୍ସ ହରନାଜ କୌର, କହିଲେ ଏଭଳି କଥା

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ହରନାଜ କୌର ସାନ୍ଧୁ ହିଜାବ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ଝିଅ ହିଜାବ ପିନ୍ଧନ୍ତି ତେବେ ଏହା ତାର ବ୍ୟକ୍ତିଗତ ପସନ୍ଦ। ହରନାଜ କହିଛନ୍ତି- ଯଦି ତା’ ଉପରେ କେହି ଆଧିପତ୍ୟ ଜାହିର କରେ, ତେବେ ସେ ଆଗକୁ ଆସି ମୁହଁ ଖୋଲିବା ଉଚିତ | ସେ ଯେପରି ଜୀବନଯାପନ କରିବାକୁ ଚାହୁଁଛି ସେପରି କରିବାକୁ ତାକୁ ଦିଆଯାଉ | ଆମେ ସବୁ ବିଭିନ୍ନ ସଂସ୍କୃତିର ମହିଳା । ଆମେ ପରସ୍ପରକୁ ସମ୍ମାନ କରିବା ଉଚିତ୍ |

କିଛି ଦିନ ତଳେ ମଧ୍ୟ ହରନାଜ କୌର ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ବେଶ ପୋଷାକ ନେଇ ଝିଅମାନଙ୍କୁ ସର୍ବଦା ଟାର୍ଗେଟ କରାଯାଉଛି । ଝିଅମାନଙ୍କୁ ଉଡ଼ିବାକୁ ଦିଅନ୍ତୁ । ସେମାନଙ୍କ ଡେଣା କାଟନ୍ତୁ ନାହିଁ ‌।

ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ ନେଇ କର୍ଣ୍ଣାଟକରେ ବିବାଦ ଦେଖାଦେଇଥିଲା। ପରେ କର୍ଣ୍ଣାଟକ ହାଇକୋର୍ଟ ଏହି କଟକଣାକୁ କାଏମ ରଖିଥିଲେ। ଏବେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ଗତ ବର୍ଷ ଡିସେମ୍ବରରେ ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ | ୨୧ ବର୍ଷ ପରେ ଭାରତର ଜଣେ ମହିଳା ଏହି ଟାଇଟଲ୍ ଜିତିଥିଲେ |

Comments are closed.