କର୍ଣ୍ଣାଟକ: ରୋଡ୍ ଶୋ’ ବେଳେ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ମୋବାଇଲ ଫିଙ୍ଗିଲେ ମହିଳା

ବେଙ୍ଗାଲୁରୁ: ପିଏମ ମୋଦୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି। କର୍ଣ୍ଣାଟକର‌ ମହୀଶୂରରେ ରବିବାର ରୋଡ୍ ଶୋ’ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡ଼ି ଆଗକୁ ଜଣେ ମହିଳା ମୋବାଇଲ ଫୋନ୍ ଫିଙ୍ଗିଥିଲେ | ପୋଲିସ ତାଙ୍କୁ ତୁରନ୍ତ ହେପାଜତକୁ ନେଇଥିଲା । ତାଙ୍କୁ ପଚରାଉଚରା କରାଯାଉଛି। ଜେରା ବେଳେ ମହିଳା ଜଣକ ବିଜେପି କର୍ମୀ ବୋଲି ଜଣାପଡ଼ିଛି । ପୋଲିସ କହିଛି ଯେ ସେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଡକୁ ଫୁଲ ଫିଙ୍ଗୁଥିବା ବେଳେ ଭୁଲରେ ତାଙ୍କ ହାତରୁ ଫୋନ୍ ମଧ୍ୟ ଖସି ଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ପ୍ରଥମ ଘଟଣା ନୁହେଁ। କିଛି ଦିନ ତଳେ କର୍ଣ୍ଣାଟକର ଦେବନଗର ଠାରେ ରୋଡ୍ ଶୋ’ବେଳେ ମଧ୍ୟ ଜଣେ ବ୍ୟକ୍ତି ପିଏମ ମୋଦୀଙ୍କ କନଭୟ ଆଡକୁ ଦୌଡ଼ି ଆସିଥିଲା। ପୋଲିସ ତାକୁ ଅଟକାଇଥିଲା ।ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ହୁବଲିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡକୁ ଏକ ବାଳକ ଦୌଡ଼ି ଆସୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ସେ କିନ୍ତୁ କହିଥିଲା ଯେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକ ଏବଂ ତାଙ୍କୁ ଫୁଲମାଳ ପିନ୍ଧାଇବାକୁ ଚାହୁଁଥିଲା।

Comments are closed.