ପାକିସ୍ତାନ ବିପକ୍ଷ ବିଜୟ ନେଇ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ଅପରାଜେୟ ଧାରା ଜାରି ରଖିଛି ଭାରତ । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ମହାମୁକାବିଲାରେ ବି ବାଜି ମାରିନେଇଛି ଟିମ୍ ଇଣ୍ଡିଆ । ପାକିସ୍ତାନକୁ ୭ ୱିକେଟରେ ହରାଇ ଭାରତ ତାର ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଶ୍ୱକପ ରେକର୍ଡକୁ ୮-୦ କରିଛି । ଏହି ଜବରଦସ୍ତ ବିଜୟ ପରେ ରୋହିତ ଶର୍ମାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଲେଖିଛନ୍ତି, ଆରମ୍ଭରୁ ଶେଷ ଯାଏଁ ଟିମ୍ ଇଣ୍ଡିଆର ଦବ୍‌ଦବା! ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଜି ଅହମ୍ମଦାବାଦ୍‌ରେ ଚମତ୍କାର ବିଜୟ ମିଳିଛି । ଭାରତୀୟ ଦଳକୁ ଅଭିନନ୍ଦନ ଓ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ।

Comments are closed.