ତାତିରୁ ମିଳିବ ମୁକ୍ତି: ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ, ଖୁବଶୀଘ୍ର କେରଳ ଛୁଇଁବ

ନୂଆଦିଲ୍ଲୀ: ଖୁବଶୀଘ୍ର ତାତିରୁ ମିଳିବ ମୁକ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିସାରିଛି। ମୌସୁମୀ ଏବେ ଖୁବ ଶୀଘ୍ର କେରଳ ଛୁଇଁବ | ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗର ଅଧିକାରୀ ଆରକେ ଜେନାମଣି ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ‌ମୌସୁମୀ ପହଞ୍ଚିସାରିଛି। ଏହା ମେ ୨୭ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଆମେ ଅନୁମାନ କରୁଛୁ | ସମସ୍ତ ମନିଟରିଂ ଅନୁଯାୟୀ ମୌସୁମୀ ନେଇ ପାଇଁ ଆମର ଭବିଷ୍ୟବାଣୀ ସଠିକ୍ ହେବ ବୋଲି ଆମେ ଆଶା କରୁଛୁ |

ରବିବାର ବିଭିନ୍ନ ରାଜ୍ୟରେ ବିଶେଷକରି ଉତ୍ତର ଭାରତରେ ପ୍ରବଳ ତାତି ସମ୍ପର୍କରେ ସେ କହିଛନ୍ତି ଯେ ଗତକାଲି ଏହିସବୁ ଅଞ୍ଚଳରେ ତାପମାତ୍ରା ବେଶ୍ ଅଧିକ ଥିଲା। ଆଜି ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟର ତାପମାତ୍ରା ତିନି ରୁ ଚାରି ଡିଗ୍ରୀ ସେଲସିୟସ୍ କମିଛି। ଆସନ୍ତାକାଲି ସୁଦ୍ଧା ଗ୍ରୀଷ୍ମ ପ୍ରବାହର ପ୍ରଭାବ କମିବ।

Comments are closed.