ରୁଷର ଆକ୍ରମଣ ପରଠୁ ୧୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ୟୁକ୍ରେନ ଛାଡ଼ିଛନ୍ତି

ଜେନିଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ରୁଷର ଆକ୍ରମଣ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ୟୁକ୍ରେନ ଛାଡ଼ିଛନ୍ତି । ଜାତିସଂଘର ଶରଣାର୍ଥୀ ହାଇ କମିଶନରଙ୍କ ସୂଚନା ଅନୁଯାୟୀ ଫେବୃଆରୀ ୨୪ ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୧୭ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି।

ଏହି ଲୋକମାନଙ୍କ ମଧ୍ୟରୁ ପ୍ରାୟ ଏକ ଲକ୍ଷ ପୋଲାଣ୍ଡରେ ଆଶ୍ରୟ ନେଇଥିବା ବେଳେ ୧୮୦,୦୦୦ ରୁ ଅଧିକ ଲୋକ ହଙ୍ଗେରୀ ପଳାଇଛନ୍ତି । ୧୨୮,୦୦୦ ଲୋକ ସ୍ଲୋଭାକିଆରେ ଆଶ୍ରୟ ନେଇଛନ୍ତି।

ୟୁକ୍ରେନରୁ ସମେତ ପଡୋଶୀ ପୋଲାଣ୍ଡ ଏବଂ ରୋମାନିଆରୁ ଆସିଥିବା ଶରଣାର୍ଥୀଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଫ୍ରାନ୍ସର ମଣ୍ଟପେଲିଅରରେ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ନୀତି ମୁଖ୍ୟ ଜୋସେପ ବୋରେଲ ସମସ୍ତ ୨୭ ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ କରିଛନ୍ତି ।

ଏ ବାବଦରେ ୟୁରୋପୀୟ ସଂଘର ବିକାଶ ମନ୍ତ୍ରୀମାନଙ୍କ ସହ ବୋରେଲ ମଧ୍ୟ ଏକ ବୈଠକ କରିଥିଲେ।

Comments are closed.