ମହାରାଷ୍ଟ୍ର: ପାସେଞ୍ଜର-ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ୫୦ରୁ ଅଧିକ ଯାତ୍ରୀ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଗୋନ୍ଦିଆରେ ଏକ ପାସେଞ୍ଜର ଟ୍ରେନ୍ ଏବଂ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ତିନୋଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣା ରାତି ପ୍ରାୟ ୨.୩୦ ସମୟରେ ଘଟିଛି। ସିଗ୍ନାଲ ନ ମିଳିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ସୂଚନା ହୋଇନାହିଁ। କୁହାଯାଉଛି ଯେ ଏହି ଟ୍ରେନଗୁଡିକ ମଧ୍ୟରୁ ଗୋଟିଏ ଛତିଶଗଡର ବିଳାସପୁରରୁ ରାଜସ୍ଥାନର ଯୋଧପୁରକୁ ଯାଉଥିଲା।

Comments are closed.