ଦାୟିତ୍ୱ ନେବା କ୍ଷଣି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୁଲଡୋଜର ଆକ୍ସନ, ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଭାଙ୍ଗିଲେ ତିନି ଜଣଙ୍କ ଘର

ଭୋପାଳ: ଦାୟିତ୍ୱ ଗ୍ରହଣ କରିବା କ୍ଷଣି ବୁଲଡୋଜର ଆକ୍ସନ ଆରମ୍ଭ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ତିନି ଜଣଙ୍କ ଘର ଭାଙ୍ଗି ଦିଆଯାଇଛି । ରାଜ୍ୟରେ ନୂଆ ବିଜେପି ସରକାର ଅଧୀନରେ ଏହା ପ୍ରଥମ ବୁଲଡୋଜର ଆକ୍ସନ।

ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଧାର୍ମିକ ସମାବେଶ ତଥା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର / ଡିଜେ ଉପରେ ବ୍ୟାନ୍ ଲଗାଇଥିଲେ । ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ମାଛ, ମାଂସ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଥିଲେ । ଏହାପରେ ଗୁରୁବାର ପ୍ରାୟ ୧୦ଟି ମାଂସ ଦୋକାନ ଭାଙ୍ଗି ଦିଆଯାଇଥିଲା।

ପୋଲିସର ସୂଚନାନୁସାରେ, ଡିସେମ୍ବର ୫ରେ ନିର୍ବାଚନ ଫଳାଫଳକୁ ନେଇ ଯୁକ୍ତିତର୍କ ପରେ ଦେବେନ୍ଦ୍ର ସିଂହ ଠାକୁର ନାମକ ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଏହି ଘଟଣା ପରେ ବିଜେପିର ବରିଷ୍ଠ ନେତାମାନେ ଡାକ୍ତରଖାନାରେ ଠାକୁରଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପୋଲିସ ଏହି ମାମଲାରେ ଫାରୁଖ, ଅସଲାମ, ଶାହରୁଖ, ବିଲାଲ ଏବଂ ସମୀର ନାମକ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comments are closed.