ତୃତୀୟ ଲହରର ପଦଧ୍ବନି! ମୁମ୍ବାଇରେ ୭୦%, ଦିଲ୍ଲୀରେ ୫୦% ବଢ଼ିଲା କରୋନା ମାମଲା

ନୂଆଦିଲ୍ଲୀ: କରୋନା ପୁଣି ଥରେ ଦେଶରେ ପାଦ ବିସ୍ତାର କରୁଛି। ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଅବସ୍ଥା ଆହୁରି ଖରାପ ହେବାକୁ ଲାଗୁଛି। ଉଭୟ ସହରରେ ନୂଆ କୋଭିଡ୍-୧୯ ମାମଲା ଯଥାକ୍ରମେ ୫୦ ପ୍ରତିଶତ ଏବଂ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ମଙ୍ଗଳବାର ଦିନ ଦିଲ୍ଲୀରେ ୪୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି, ଯାହାକି ଜୁନ୍ ୪ ତାରିଖରୁ ଗୋଟିଏ ଦିନରେ ସର୍ବାଧିକ ।

ଏଥି ସହିତ ମହାରାଷ୍ଟ୍ରରେ ୨୧୭୨ ଟି ନୂଆ କରୋନା ମାମଲା ଆସିବା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୬ ଲକ୍ଷ ୬୧ ହଜାର ୪୮୬କୁ ବୃଦ୍ଧି ପାଇଛି। ମୁମ୍ବାଇରେ ୧୬୮୦ ନୂଆ ସଂକ୍ରମଣ ରିପୋର୍ଟ ହୋଇଥିଲା। ସୋମବାର ଦିନ ମହାରାଷ୍ଟ୍ରରେ ୧୨୪୬ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରୁ ୭୮୮ ଜଣ କେବଳ ମୁମ୍ବାଇର ଥିଲେ। ଦେଶରେ କରୋନା ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୨୯୦କୁ ବୃଦ୍ଧି ପାଇଛି।

ସେପଟେ ଦେଶରେ ଓମିକ୍ରନ୍ ମାମଲା ମଧ୍ୟ ବଢ଼ି ଚାଲିଛି । ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭୦୦ ଟପିଛି ।

Comments are closed.