ଆଇପିଏଲ୍ ନିଲାମ: ଇଶାନ୍ କିଶାନ୍ ହେଲେ ସବୁଠୁ ମହଙ୍ଗା ଖେଳାଳି, ୧୫.୨୫ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୨ ନିଲାମ ଆଜିଠାରୁ ଆରମ୍ଭ ହୋଇଛି। ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏଯାବତ୍ ହୋଇଥିବା ନିଲାମ ହୋଇଥିବା ଖେଳାଳିଙ୍କ ମଧ୍ୟରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି | କିଶାନଙ୍କୁ ୧୫.୨୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି ​​| ତା’ପୂର୍ବରୁ ଶ୍ରେୟାସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲେ। ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ଉପରେ ବି ଟଙ୍କା ବର୍ଷା ହୋଇଛି । ତାଙ୍କୁ ୧୦.୭୫ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଫେରିଛନ୍ତି। ପଞ୍ଜାବ କିଙ୍ଗ୍ସ ଶିଖର ଧାୱନଙ୍କୁ ୮.୨୫ କୋଟିରେ, ରାଜସ୍ଥାନ ରୟାଲ୍ସ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟିରେ ଏବଂ କୋଲକାତା ନାଇଟ୍ ରାଇଡର୍ସଙ୍କ ଅଷ୍ଟ୍ରେଲୀୟ ଷ୍ଟାର୍ ବୋଲର୍ ପ୍ୟାଟ୍ କମିନ୍ସଙ୍କୁ ୭.୨୫ କୋଟିରେ କିଣିଛି। ନିଲାମରେ ୱାଶିଂଟନ୍ ସୁନ୍ଦର ଏବଂ କୃନାଲ ପାଣ୍ଡ୍ୟା ମଧ୍ୟ ୮ କୋଟିରୁ ଅଧିକ ମୂଲ୍ୟ ପାଇଛନ୍ତି।ସୁନ୍ଦରଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଓ ପାଣ୍ଡ୍ୟାଙ୍କୁ ଲକ୍ଷ୍ନୌ ସୁପରଜାଏଣ୍ଟସ କିଣିଛି ।

Comments are closed.