ନୁପୂର ଶର୍ମାଙ୍କୁ ସମନ କରିବ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ସମନ କରିବ ମୁମ୍ବାଇ ପୋଲିସ । ଏହି ମାମଲାରେ ତାଙ୍କ ନାଁ ରେ ରୁଜୁ ଏଫଆଇଆର ସଂପର୍କରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନୁପୂରଙ୍କୁ ହାଜର ହେବାକୁ ନୋଟିସ୍ କରିବ ମୁମ୍ବାଇ ପୋଲିସ।

ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ କହିଛନ୍ତି, “ପାୟଧୂନି ପୋଲିସ ଥାନାରେ ନୁପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇସାରିଛି। ଆମେ ଆଇନ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରିବୁ।” ଆଇନଗତ ପ୍ରକ୍ରିୟା ପାଳନ କରାଯିବ। ”

ଏକ ନ୍ୟୁଜ ଚ୍ୟାନେଲରେ ବିତର୍କ ସମୟରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ନେଇ ମୁସଲିମ ସଂଗଠନ ରାଜା ଏକାଡେମୀର ଯୁଗ୍ମ ସଚିବ ଇରଫାନ ଶେଖଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ମେ ୨୮ରେ ନୁପୂରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ନୁପୁର ଶର୍ମା ସେତେବେଳେ ବିଜେପିର ଜାତୀୟ ମୁଖପାତ୍ର ଥିଲେ।

ଏହି ମନ୍ତବ୍ୟକୁ ନେଇ ଅନେକ ଇସଲାମିକ ରାଷ୍ଟ୍ର ଆପତ୍ତି ଉଠାଇବା ପରେ ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେପି ।

Comments are closed.