ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତାହାଉର ରାଣାକୁ ଭାରତ ଅଣାଯିବ, ଆମେରିକାର କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତାହାଉର ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ କାଲିଫର୍ଣ୍ଣିଆର ଏକ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି ।

୨୬ ନଭେମ୍ବର ୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏନଆଇଏ ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ବ୍ୟବସାୟୀ ତାହାଉର ରାଣାଙ୍କ ଭୂମିକା ନେଇ ତଦନ୍ତ କରୁଛି।

ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି ପାଇଁ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଅନୁରୋଧ କରିବା ପରେ ତାଙ୍କୁ ଆମେରିକାରେ ଗିରଫ କରାଯାଇଥିଲା।

କୋର୍ଟ ଶୁଣାଣି ସମୟରେ ଆମେରିକା ସରକାରଙ୍କ ଓକିଲ କହିଥିଲେ, ‘ରାଣା ଜାଣିଥିଲେ ଯେ ତାଙ୍କର ପିଲାଦିନର ବନ୍ଧୁ ପାକିସ୍ତାନୀ-ଆମେରିକୀୟ ଡେଭିଡ୍ କୋଲମାନ୍ ହେଡଲି ଲଶ୍କର-ଇ-ତଇବା ସହ ଜଡ଼ିତ ଥିଲେ । ତଥାପି ସେ ହେଡଲିଙ୍କୁ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରରେ ସହାୟତା କରିଥିଲେ ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଆମେରିକୀୟଙ୍କ ସହ ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଭାରତ ଓ ଆମେରିକା ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅଛି | ରାଣାଙ୍କ ଭାରତ ପ୍ରତ୍ୟର୍ପଣ ସମ୍ପୂର୍ଣ୍ଣ ଭାବେ ଏହି ଚୁକ୍ତି ଅନୁଯାୟୀ ବୈଧ ବୋଲି କାଲିଫର୍ଣ୍ଣିଆ ଜଜ୍ ନିଜ ରାୟରେ କହିଛନ୍ତି ।

Comments are closed.