ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତକାର ରସିଦ ଖାନଙ୍କ ପରଲୋକ

କୋଲକାତା: ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତକାର ଉସ୍ତାଦ୍ ରସିଦ ଖାନଙ୍କ ମଙ୍ଗଳବାର ଅପରାହ୍ନରେ ଏଠାରେ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଅପରାହ୍ନ ପ୍ରାୟ ୩:୪୫ରେ ରସିଦ ଖାନ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପ୍ରୋଷ୍ଟେଟ କ୍ୟାନସରରେ ପୀଡ଼ିତ ଥିଲେ ରସିଦ ଖାନ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରସିଦ ଖାନ ଗତ ଚାରି ବର୍ଷ ଧରି ପ୍ରୋଷ୍ଟେଟ କର୍କଟରେ ପୀଡିତ ଥିଲେ । ପତ୍ନୀଙ୍କ ବ୍ୟତୀତ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ରାମପୁର-ସହସୱାନ ଘରାନାର ବଂଶଜ ଥିଲେ ଖାନ୍ । ସେ ଏହି ଘରାନାର ପ୍ରତିଷ୍ଠାତା ଇନାୟତ ହୁସେନ୍ ଖାନଙ୍କ ନାତି ଥିଲେ |

ଖାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ଦେଶ ଏବଂ ସମଗ୍ର ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ମମତା। ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ସହ ଖାନଙ୍କ ଶେଷକୃତ୍ୟ ବୁଧବାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଗତ ମାସରେ ମସ୍ତିଷ୍କାଘାତ ପରେ ରସିଦ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ସେ ଅକ୍ସିଜେନ୍ ସପୋର୍ଟରେ ଥିଲେ।

Comments are closed.