ଟ୍ବିଟର୍ ଡିଲକୁ ସ୍ଥଗିତ ରଖିଲେ ମସ୍କ, ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟର ସହ ଡିଲକୁ ସ୍ଥଗିତ ରଖିଛନ୍ତି । ଏହାର କାରଣ ସ୍ପାମ୍ ବା ନକଲି ଆକାଉଣ୍ଟ ବୋଲି ମସ୍କ ଦର୍ଶାଇଛନ୍ତି। ଏ ସମ୍ପର୍କିତ ତଥ୍ୟ ସ୍ପଷ୍ଟ ନ ମିଳିବା ଯାଏ ଏହି ଡିଲ୍ ସ୍ଥଗିତ ରଖିବାକୁ ମସ୍କ ନିଷ୍ପତ୍ତି ନେଇଛନ୍ତି । ଗତ ମାସରେ ଟ୍ୱିଟରକୁ କିଣିବା ପାଇଁ ମସ୍କ ଏହି ମାଇକ୍ରୋ ବ୍ଲଗିଂ କମ୍ପାନୀ ସହ ୪୪ ବିଲିୟନ ଡଲାରର ଡିଲ୍ କରିଥିଲେ ।

ଟ୍ୱିଟର ଡିଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ମସ୍କ ଶୁକ୍ରବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟର ନିକଟରେ ଏକ ଫାଇଲିଂରେ ସୂଚନା ଦେଇଥିଲା ଯେ ଏହାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କେବଳ ୫% ସ୍ପାମ୍ / ନକଲି ଆକାଉଣ୍ଟ୍ ରହିଛି | ଟ୍ବିଟର ପ୍ଲାଟଫର୍ମରେ ମୋଟ ୨୨.୯ କୋଟି ୟୁଜର୍ ଅଛନ୍ତି |

ଟ୍ବିଟରକୁ କିଣିବା ପାଇଁ ଡିଲ୍ ହେବା ପରଠାରୁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଥିବା ନକଲି ଏବଂ ବଟ୍ ଆକାଉଣ୍ଟଗୁଡ଼ିକୁ ହଟାଇବା ପାଇଁ ମସ୍କ ସଙ୍କେତ ଦେଇଆସୁଛନ୍ତି । ଡିଲ୍ ସମୟରେ ସେ କହିଥିଲେ ଯେ ଯଦି ଏହି ଡିଲ୍ ଚୂଡ଼ାନ୍ତ ହୁଏ, ତେବେ ପ୍ଲାଟଫର୍ମରୁ ବଟ୍ ଆକାଉଣ୍ଟ ଗୁଡିକୁ ହଟାଇବା ତାଙ୍କର ପ୍ରାଥମିକତା ହେବ।

Comments are closed.