ଏଲନ୍ ମସ୍କଙ୍କ ନୂଆ ଘୋଷଣା, ‘ଏକ୍ସ’ରୁ ହଟିବ ବ୍ଲକ୍ କରିବା ଫିଚର

ନ୍ୟୁୟର୍କ : ଏକ୍ସ (ଟ୍ୱିଟର) ମାଲିକ ଏଲନ୍ ମସ୍କ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆଉ ଏକ ବଡ଼ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି ।‌ ଖୁବ୍ ଶୀଘ୍ର ‘ଏକ୍ସ’ରେ ଲୋକଙ୍କୁ ବ୍ଲକ୍ କରିବା ଫିଚର ହଟାଯିବ।

ମସ୍କ କହିଛନ୍ତି ଯେ ଏହି ଫିଚରର କୌଣସି ଯଥାର୍ଥତା ନାହିଁ | ତେବେ ଡାଇରେକ୍ଟ ମେସେଜରେ ବ୍ଲକିଂ ସୁବିଧା ଜାରି ରହିବ ବୋଲି ସେ କହିଛନ୍ତି।

‘ଏକ୍ସ’ ରୁ ବ୍ଲକ୍ ଫିଚର ହଟାଇଲେ ୟୁଜରଙ୍କ ପାଇଁ ଅପମାନଜନକ ପୋଷ୍ଟ ଗୁଡ଼ିକୁ ସେମାନଙ୍କ ଟାଇମଲାଇନରୁ ହଟାଇବା କଷ୍ଟକର ହେବ ବୋଲି ମତ ପ୍ରକାଶ ପାଇଛି ।

ସମ୍ପ୍ରତି ଯଦି ଜଣେ ୟୁଜର ‘ଏକ୍ସ’ ପ୍ଲାଟଫର୍ମରେ ଏକ ଆକାଉଣ୍ଟକୁ ବ୍ଲକ୍ କରନ୍ତି, ତେବେ ସେମାନଙ୍କର ପୋଷ୍ଟଗୁଡିକ ଟାଇମଲାଇନରେ ଦେଖାଯାଏ ନାହିଁ | ବ୍ଲକ୍ ହୋଇଥିବା ୟୁଜର ନା ସେହି ଆକାଉଣ୍ଟର କୌଣସି ପୋଷ୍ଟ ଦେଖିପାରିବେ ନା ସେ ଡାଇରେକ୍ଟ ମେସେଜ୍ କରିପାରିବେ।

ପ୍ଲାଟଫର୍ମରୁ ବ୍ଲକିଂ ଫିଚର ହଟାଇବା ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋର୍‌ର ନିୟମ ଓ ସର୍ତ୍ତାବଳୀର ଉଲ୍ଲଂଘନ ହୋଇପାରେ |

ଉଭୟ ଷ୍ଟୋର୍‌ର ସର୍ତ୍ତାବଳୀରେ ଦର୍ଶାଯାଇଛି ଯେ ସୋସିଆଲ୍ ମିଡିଆ ଆପ୍ ସେମାନଙ୍କ ୟୁଜର ମାନଙ୍କୁ ଧମକପୂର୍ଣ୍ଣ ଓ ଅପମାନଜନକ ପୋଷ୍ଟ ଗୁଡ଼ିକୁ ଫିଲ୍ଟର କରିବାର କ୍ଷମତା ପ୍ରଦାନ କରିବା ଆବଶ୍ୟକ ।

ଯଦି ମସ୍କ ବ୍ଲକିଂ ଫିଚର ହଟାଇ ଦିଅନ୍ତି, ତେବେ ୟୁଜରମାନେ ଆପଲ୍ ଆପ୍ ଷ୍ଟୋର୍ ବା ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ‘ଏକ୍ସ’ ଆଉ ଡାଉନଲୋଡ୍ କରିପାରିବେ ନାହିଁ |

Comments are closed.