ହିଜାବ ମାମଲା: ହାଇକୋର୍ଟ ରାୟ ପ୍ରତିବାଦରେ ଆଜି କର୍ଣ୍ଣାଟକରେ ମୁସଲିମ ସଂଗଠନଙ୍କ ବନ୍ଦ ଡାକରା

ବେଙ୍ଗାଲୁରୁ: ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ମୁସଲିମ ସଂଗଠନ ଏବଂ ନେତା ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛନ୍ତି। ଆଜି ବନ୍ଦରେ ସାମିଲ ରହିଏବାକୁ ରାଜ୍ୟ ବାଣିଜ୍ୟ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁସଲିମ ନେତା ସାଗିର ଅହମ୍ମଦ ଘୋଷଣା କରିଛନ୍ତି ଯେ ଗୁରୁବାର ସେ ମୁସଲମାନ ସମ୍ପ୍ରଦାୟର ଧର୍ମଗୁରୁମାନଙ୍କ ସହ ଏକ ବୈଠକ କରିବେ। ଏଥିସହ ବନ୍ଦରେ ଅଂଶଗ୍ରହଣ କରିବାକୁ କାହା ଉପରେ କୌଣସି ବାଧ୍ୟବାଧକତା କରାଯିବ ନାହିଁ ଏବଂ ଏହା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି |

ଆମୀର-ଇ-ଶରିୟତଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସଲିମ ଅହମ୍ମଦ, ଜାମିର ଅହମ୍ମଦ ଖାନ, ନାଜିର ଅହମ୍ମଦ, ରେହମାନ ଖାନଙ୍କ ସମେତ ଅନ୍ୟ ଅନେକ ନେତା ଓ ମୁସଲିମ ଧର୍ମଗୁରୁ ସାମିଲ ହୋଇଥିଲେ। ହିଜାବ କଟକଣା ନେଇ କୋର୍ଟର ନିଷ୍ପତ୍ତିରେ କୌଣସି ପ୍ରକାର ବିଚଳିତ ହେବା ଆବଶ୍ୟକ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ଏହା ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବାକୁ ଅନୁମତି ଦିଆଯାଇଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲଙ୍କ ସହ ଆଲୋଚନା ହୋଇଛି ବୋଲି ସାଗିର ଅହମ୍ମଦ କହିଛନ୍ତି।

ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରିଥିଲେ। ଅଦାଲତ କହିଥିଲେ ଯେ ମୁସଲିମ ମହିଳାମାନଙ୍କ ଦ୍ୱାରା ହିଜାବ ପିନ୍ଧିବା ଇସଲାମର ଧାର୍ମିକ ପ୍ରଥା ନୁହେଁ। ସ୍କୁଲ ଓ କଲେଜରେ କେବଳ ୟୁନିଫର୍ମରେ ହିଁ ପ୍ରବେଶ ଅନୁମତି ମିଳିବ । ଛାତ୍ରମାନେ ଏହାକୁ ବିରୋଧ କରିପାରିବେ ନାହିଁ | ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଜାରି କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି‌ ବୋଲି ହାଇକୋର୍ଟ ଶିକ୍ଷାନୁଷ୍ଠାନ ଗୁଡିକରେ ହିସାବ କଟକଣା କାଏମ ରଖିଥିଲେ ।

Comments are closed.