ଜ୍ଞାନବାପି ମାମଲା: ଆହ୍ଲାବାଦ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ମୁସଲିମ ପକ୍ଷ

ବାରାଣସୀ : ବାରାଣାସୀର ଜ୍ଞାନବାପି ମସଜିଦର ଏଏସ୍ଆଇ ସର୍ଭେ ମାମଲାରେ ମୁସଲିମ ପକ୍ଷକୁ ବଡ଼ ଝଟକା ଲାଗିଛି । ଆହ୍ଲାବାଦ ହାଇକୋର୍ଟ ଏହି ସର୍ଭେ ରୋକିବାକୁ ମନା କରି ଦେଇଛନ୍ତି। ମୁସଲିମ ପକ୍ଷ ଏହି ମାମଲାରେ ଏବେ ସୁପ୍ରିମକୋର୍ଟ ଯିବାକୁ ଯୋଜନା କରୁଛି ।

ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ଗୁରୁବାର ହିଁ ସୁପ୍ରିମକୋର୍ଟରେ ଏକ କେଭିଏଟ୍ ଦାଖଲ କରିବ । କାରଣ ଯଦି ମୁସଲିମ ପକ୍ଷ ଅର୍ଥାତ୍ ମସଜିଦ କମିଟି ପକ୍ଷରୁ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରାଯାଏ, ତେବେ ସୁପ୍ରିମକୋର୍ଟଙ୍କୁ ହିନ୍ଦୁ ପକ୍ଷର ଯୁକ୍ତି ମଧ୍ୟ ଶୁଣିବାକୁ ପଡ଼ିବ | ହିନ୍ଦୁ ପକ୍ଷର ଯୁକ୍ତି ଶୁଣାଣି ନକରି ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଆଦେଶ ଦେଇପାରିବେ ନାହିଁ ।

ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଜ୍ଞାନବାପି ମସଜିଦର ସର୍ଭେ ଉପରେ ରୋକ୍ ଲଗାଇବାକୁ ମୁସଲିମ ପକ୍ଷର ଆବେଦନ ଖାରଜ କରି ଦେଇଥିଲେ । ଏଏସଆଇ ସର୍ଭେ ଜାରି ରଖିବାକୁ ଅନୁମତି ଦେଇଥିଲେ କୋର୍ଟ । ଏହି ସର୍ଭେ ମସଜିଦର କ୍ଷତି ପହଞ୍ଚାଇବ ବୋଲି ମୁସଲିମ ପକ୍ଷ ଯୁକ୍ତି କରିଥିଲା। ତେବେ ସର୍ଭେରେ ମସଜିଦର କୌଣସି କ୍ଷତି ହେବ ନାହିଁ ବୋଲି ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବା ପରେ ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

Comments are closed.