କରୋନା ପରେ ଏବେ ଚୀନରେ ପୁଣି ବ୍ୟାପୁଛି ରହସ୍ୟମୟ ରୋଗ

ବେଜିଂ: କରୋନା ମହାମାରୀ ପରେ ଚୀନରେ ଏବେ ଆଉ ଏକ ଅଜଣା ରୋଗର ଆତଙ୍କ । କୋଭିଡ୍-୧୯ ଭଳି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ରହସ୍ୟମୟ ରୋଗ ।

ଏକ ସ୍କୁଲରେ ପ୍ରଥମେ ଏହି ରୋଗ ବ୍ୟାପିଥିବା କୁହାଯାଉଛି । ସ୍କୁଲର ଅସୁସ୍ଥ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ସ୍କୁଲ୍ ପିଲାମାନଙ୍କ ଠାରେ ନିମୋନିଆ ଭଳି ଲକ୍ଷଣ ଦେଖିବାକୁ ମିଳିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ରହସ୍ୟମୟ ରୋଗ ଯୋଗୁଁ ଅଧିକାଂଶ ସ୍କୁଲ୍ ବନ୍ଦ ରହିଛି । ଏହି ଅଜଣା ରୋଗରେ ଆକ୍ରାନ୍ତ ପିଲାମାନଙ୍କର ଫୁସଫୁସ୍ ଫୁଲିବା ଓ ଭୀଷଣ ଜ୍ୱର ଭଳି ଲକ୍ଷଣ ପ୍ରକାଶ ପାଇଛି | ତେବେ ସେମାନଙ୍କ ଠାରେ କାଶ, ଫ୍ଲୁ, ଓ ଶ୍ୱାସ ରୋଗ ଆଦି ଲକ୍ଷଣ ନାହିଁ, ଯାହା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ପ୍ରୋମେଡ୍ ନାମକ ଏକ ମୁକ୍ତ ସିସିଟିଭି ପ୍ଲାଟଫର୍ମ ସମଗ୍ର ବିଶ୍ୱରେ ମଣିଷ ଓ ପଶୁ ରୋଗ ସଂକ୍ରମଣ ଉପରେ ନଜର ରଖେ | ଏହା ବିଶେଷକରି ପିଲାମାନଙ୍କୁ ପ୍ରଭାବିତ କରୁଥିବା ଏକ ରହସ୍ୟମୟ ନିମୋନିଆ ମହାମାରୀ ସମ୍ପର୍କରେ ମଙ୍ଗଳବାର ଆଲର୍ଟ ଜାରି କରିଥିଲା ।

ଡିସେମ୍ବର ୨୦୧୯ରେ ମଧ୍ୟ ପ୍ରୋମେଡ୍ କୋଭିଡ୍-୧୯ ମହାମାରୀ ସମ୍ପର୍କରେ ଆଲର୍ଟ କରିଥିଲା |

ଚୀନରେ ସମ୍ପ୍ରତି ବ୍ୟାପୁଥିବା ରହସ୍ୟମୟ ରୋଗ ନେଇ ପ୍ରୋମେଡ୍ କହିଛି, ଏହା ଏକ ଅଜଣା ଶ୍ୱାସ ରୋଗ ।
ଏହି ରୋଗର ପ୍ରକୋପ କେବେ ଆରମ୍ଭ ହେଲା ତାହା ସ୍ପଷ୍ଟ ହୋଇନାହିଁ, କାରଣ ଏତେ ସଂଖ୍ୟକ ପିଲା ଏତେ ଶୀଘ୍ର ଏଥିରେ ପ୍ରଭାବିତ ହେବା ଆଦୌ ସ୍ଵାଭାବିକ କଥା ନୁହେଁ।ଏହା ଆଉ ଏକ ମହାମାରୀ କି ନୁହେଁ ତାହା ଏବେଠୁ କହିବା ଠିକ୍ ହେବନି, କିନ୍ତୁ ଆମକୁ ଏବେଠୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

Comments are closed.