ନବ ଦାସ ହତ୍ୟା ମାମଲା: ବୁର୍ଲା ମେଡିକାଲରେ କ୍ରାଇମବ୍ରାଞ୍ଚ

ସମ୍ବଲପୁର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବୁର୍ଲା ମେଡିକାଲ ଆସି ତନାଘନା କରିଛି। କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପିଙ୍କ ନେତୃତ୍ବରେ ୫ ଜଣିଆ ଦଳ ଆଜି ବୁର୍ଲା ମେଡିକାଲରେ ପହଞ୍ଚି ନବଙ୍କୁ ଗୁଳିମାଡ ବେଳେ ଆହତ ହୋଇଥିବା ଜୀବନ କୁମାର ନାୟକଙ୍କ ବୟାନ ରେକର୍ଡ କରିଛନ୍ତି। ଏହାଛଡା ଜୀବନଙ୍କ ରକ୍ତଲଗା ପୋଷାକ ଜବତ କରିଥିବା ବେଳେ ତାଙ୍କୁ ଚିକିତ୍ସା କରିଥିବା ଇଏନଟି ବିଭାଗର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜୀବନଙ୍କ କ୍ଷତ ସଂପର୍କିତ ରିପୋର୍ଟ ମଧ୍ଯ ମାଗିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ଯ ଯେ, ନବ ଗାନ୍ଧୀଛକରେ ପହଞ୍ଚିବା ପରେ ତାଙ୍କ ଗୋଡ ଧରି ମୁଡିଆ ମାରୁଥିଲେ ଏକ ଘରୋଇ ସୁରକ୍ଷା ସଂସ୍ଥାର ସୁରକ୍ଷା କର୍ମୀ ଜୀବନ କୁମାର ନାୟକ। ଏହି ସମୟରେ ଗୋପାଳ ଦାସ ନବଙ୍କୁ ଗୁଳି ମାରିଥିଲା। ତେବେ ଏହି ଗୁଳିଟି ପ୍ରଥମେ ଜୀବନଙ୍କ ବେକ ପଛ ପଟେ ବାଜି ନବଙ୍କ ଛାତିରେ ବାଜିଥିଲା। ଫଳରେ ନବ ମୃତ୍ଯୁବରଣ କରିଥିବା ବେଳେ ଜୀବନ ଆହତ ହୋଇଥିଲେ। ସେ ବର୍ତ୍ତମାନ ବୁର୍ଲା ମେଡିକାଲର ଇଏନଟି ବିଭାଗରେ ଚିକିତ୍ସାଧୀନ ଅଛନ୍ତି।

Comments are closed.