ଟି୨୦ ବିଶ୍ୱକପ: ଆରମ୍ଭରୁ ବଡ଼ ବିପର୍ଯ୍ୟୟ, ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ-୨୦୨୨ ଆରମ୍ଭରୁ ହିଁ ବଡ଼ ବିପର୍ଯ୍ୟୟ ଘଟିଛି । ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମିବ୍ୟା ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଛି | ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମିବ୍ୟା । ନାମିବ୍ୟା ପ୍ରଦତ୍ତ ୧୬୪ ରନ୍ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୧୯ ଓଭରରେ ୧୦୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା।

ପ୍ରଥମେ ୨୮ ବଲରେ ଧୂଆଁଧାର ୪୪ ରନ୍ ଓ ପରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିବା ଫ୍ରାଇଲିଙ୍କ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହାପୂର୍ବରୁ ଶ୍ରୀଲଙ୍କା ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନାମିବ୍ୟା ଭଲ ଆରମ୍ଭ କରିନଥିଲା । ଦଳ ୩୫ ରନ୍ ସ୍କୋରରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟର୍ ଏସଜେ ବାର୍ଡ ଏବଂ ଅଧିନାୟକ ଏମ.ଜି ଏରାସମସ୍ ଚତୁର୍ଥ ୱିକେଟ୍ ପାଇଁ ୪୨-ବଲ୍ ୪୧ ରନ୍ ଭାଗିଦାରୀ କରି ପାଳି ସମ୍ଭାଳିଥିଲେ। ପରେ ଜେନ ଫ୍ରାଇଲିଙ୍କ (୪୪) ଏବଂ ଜେଜେ ସ୍ମିଥ୍(୩୧) ସପ୍ତମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିବା ବେଳେ ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୬୩ ରନର ସମ୍ମାନଜନକ ସ୍କୋର କରିଥିଲା ।

Comments are closed.