‘ନାସା’ ର ମୁନ୍ ମିଶନ ଟିମରେ ଜଣେ ମହିଳା ଓ କୃଷ୍ଣକାୟ ମହାକାଶଚାରୀ ସାମିଲ

ନ୍ୟୁୟର୍କ: ଆମେରିକାର ମହାକାଶ ସଂସ୍ଥା ‘ନାସା’ ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ମଣିଷ ପଠାଇବ । ଏହି ମିଶନରେ ଯିବାକୁ ଥିବା ଚାରି ଜଣ ମହାକାଶଚାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏହି ଚାରି ମହାକାଶଚାରୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ କୃଷ୍ଣକାୟ ବ୍ୟକ୍ତି ଅଛନ୍ତି ।

ଖ୍ରୀଷ୍ଟିନା କୋଚ ହେଉଛନ୍ତି ପ୍ରଥମ ମହିଳା ଯିଏକି ଚନ୍ଦ୍ରକୁ ଯିବାକୁ ଥିବା ଟିମରେ ସାମିଲ ହୋଇଛନ୍ତି। ଏଥି ସହିତ ଭିକ୍ଟର ଗ୍ଲୋଭର ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଭାବେ ନାସା ମିଶନ ପାଇଁ ମନୋନୀତ ହୋଇଛନ୍ତି ।

ସେ ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୫ ପ୍ରାରମ୍ଭରେ ଚନ୍ଦ୍ରରେ ଏକ କ୍ୟାପସୁଲ ଉଡ଼ାଣ ମିଶନରେ ରିଡ୍ ୱିସମାନ୍ ଓ ଜେରେମି ହାନସେନଙ୍କ ସହ ଯୋଗଦେବେ |

ଏହି ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବେ ନାହିଁ, କିନ୍ତୁ ସେମାନଙ୍କ ‘ମିଶନ ମୁନ୍’ରେ ଲ୍ୟାଣ୍ଡିଂ କରିବାକୁ ଥିବା ଲୋକଙ୍କ ପାଇଁ ପଥ ପ୍ରସ୍ତୁତ କରିବେ ।

ଟେକ୍ସାସର ହ୍ୟୁଷ୍ଟନ୍ ଠାରେ ଏକ ସମାରୋହରେ ତିନି ଜଣ ଆମେରିକୀୟ ନାଗରିକ ଏବଂ ଜଣେ କାନାଡିୟ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଥିଲା ।

ମୁନ୍ ମିଶନରେ ଜଣେ ମହିଳା ଏବଂ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ସାମିଲ କରି ନାସା ବିବିଧତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ପୂର୍ବରୁ ଏହି ମିଶନର ସମସ୍ତ ସଦସ୍ୟ ଶ୍ୱେତାଙ୍ଗ ଥିଲେ।

Comments are closed.