ଫ୍ଲାଟରୁ ମିଳିଲା ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂଙ୍କ ଗଳିତ ମୃତଦେହ, ହତ୍ୟା ମାମଲା ରୁଜୁ

 

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ବିଧାୟକ ତଥା ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ଗଳିତ ମୃତଦେହ ତାଙ୍କ ଦିଲ୍ଲୀ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ । ଏହି ମାମଲାରେ ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

୬୭ ବର୍ଷୀୟ ତ୍ରିଲୋଚନ ସିଂ ୱାଜିର ସେପ୍ଟେମ୍ବର ୨ରେ ଜାମ୍ମୁ କାଶ୍ମୀରରୁ ଦିଲ୍ଲୀ ଆସିଥିଲେ ଏବଂ ତା’ପରଦିନ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ସେ କାନାଡା ଯିବାର ଥିଲା। କିନ୍ତୁ ସେପ୍ଟେମ୍ବର ୩ ତାରିଖରୁ ତାଙ୍କ ପରିବାର ସହିତ ତାଙ୍କର କୌଣସି ଯୋଗାଯୋଗ ନଥିଲା, ଯେଉଁଥିପାଇଁ ପରିବାର ଲୋକ ବିଚଳିତ ହୋଇପଡ଼ିଥିଲେ ବୋଲି ପୋଲିସ କହିଛି |

Comments are closed.