ଛଅ ବର୍ଷ ପରେ ଅତ୍ୟାବଶ୍ୟକ ଔଷଧ ତାଲିକା ଜାରି, କମିବ ଦର

ନୂଆଦିଲ୍ଲୀ: ଛଅ ବର୍ଷ ପରେ ସରକାର ଅତ୍ୟାବଶ୍ୟକ ଔଷଧର ଏକ ନୂଆ ତାଲିକା (ଏନ୍ଏଲ୍ଇଏମ୍) ଜାରି କରିଛନ୍ତି। ଏହି ତାଲିକାରେ ସାମିଲ ଔଷଧ ଗୁଡ଼ିକ ଉପରେ ସର୍ବନିମ୍ନ ଦର ତଥା ପ୍ରାଇସ କ୍ୟାପିଂ ଲାଗୁ ହେବ | ୨୦୧୫ ପରେ ଏନ୍ଏଲ୍ଇଏମ୍ ତାଲିକା ଜାରି କରାଯାଇଥିବା ବେଳେ ଏବେ ଯକ୍ଷ୍ମା, କ୍ୟାନ୍ସର ଭଳି ଔଷଧ ଶସ୍ତା ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସଦ୍ୟ ଏନ୍ଏଲ୍ଇଏମ୍ ଜାରି କରି କହିଛନ୍ତି ଯେ ୨୦୧୫ ପରେ ଏହି ତାଲିକା ଅପଡେଟ୍ କରାଯାଇଛି। ଏହା ଏକ ଲମ୍ବା ପ୍ରକ୍ରିୟା । ଏଥିରେ କିଛି ନୂଆ ଔଷଧ ସାମିଲ କରାଯାଇଛି | ୩୫୦ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି | ଏହି ତାଲିକାରେ ସୁରକ୍ଷିତ, ସୁଲଭ ଏବଂ ଉପଲବ୍ଧତା ଅନୁଯାୟୀ ଔଷଧକୁ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି ।

ଏନ୍ଏଲ୍ଇଏମରେ ସାମିଲ ଔଷଧ ଗୁଡ଼ିକର ସିଲିଂ ମୂଲ୍ୟ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ସ୍ଥିର କରିବ | କମ୍ପାନୀମାନେ ଏହି ଔଷଧ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିପାରିବେ ନାହିଁ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଆମ ଦେଶରେ ଯେଉଁ ଔଷଧ ଅନୁମୋଦିତ ଏବଂ ଲାଇସେନ୍ସପ୍ରାପ୍ତ, ସେହି ଔଷଧ ଗୁଡ଼ିକ ଏହି ତାଲିକାରେ ରହିଛି। ସେହି ରୋଗ ପାଇଁ ଏଥିରେ ଔଷଧ ଅଛି, ଯାହା ଜନସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ ଏବଂ ଯାହାର ମୂଲ୍ୟ ଏବଂ ପ୍ରଭାବ ପ୍ରମାଣିତ ହୋଇଛି । ୨୦୨୨ ଅତ୍ୟାବଶ୍ୟକ ଔଷଧ ତାଲିକାରେ ୩୮୪ଟି ରହିଛି | ଏଥିରେ ୩୪ଟି ନୂଆ ଔଷଧ ଯୋଗ କରାଯାଇଛି ଏବଂ ଅନ୍ୟ ୨୬ଟି ବାଦ୍ ଦିଆଯାଇଛି। ଳ

Comments are closed.