‘ଆରଆରଆର’ର ‘ନାଟୁ ନାଟୁ..’ ଗୀତକୁ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର

କାଲିଫର୍ଣ୍ଣିଆ: ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ପୁଣି ଇତିହାସ ରଚିଛି । ଫିଲ୍ମର ‘ନାଟୁ ନାଟୁ..’ ଗୀତକୁ ମିଳିଛି ଗୋଲଡେନ୍ ଗ୍ଲୋବ୍ ପୁରସ୍କାର । ‘ନାଟୁ ନାଟୁ..’ ଶ୍ରେଷ୍ଠ ଗୀତ ବର୍ଗରେ ଏହି ସମ୍ମାନଜନକ ପୁରସ୍କାର ଜିତିଛି ।

ଏହି ବ୍ଲକବଷ୍ଟର ଫିଲ୍ମରେ ଜୁନିଅର ଏନଟିଆର୍ ଏବଂ ରାମଚରନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ହିଟ୍ ଗୀତ ମଧ୍ୟ ଉଭୟଙ୍କ ଉପରେ ଦୃଶ୍ୟାୟନ ହୋଇଛି |

ଆମେରିକାର କାଲିଫର୍ନିଆରେ ୮୦ ତମ ଗୋଲଡେନ୍ ଗ୍ଲୋବ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି | ଏହି ପୁରସ୍କାର ପାଇଁ ‘ଆରଆରଆର’ ଶ୍ରେଷ୍ଠ ଗୀତ ସହ ଶ୍ରେଷ୍ଠ ଅଣଇଂରାଜୀ ଫିଲ୍ମ ବର୍ଗରେ ମଧ୍ୟ ମନୋନୀତ ହୋଇଥିଲା । ତେବେ ଶ୍ରେଷ୍ଠ ଅଣଇଂରାଜୀ ଫିଲ୍ମ ବର୍ଗରେ ‘ଆରଆରଆର’ ଆର୍ଜେଣ୍ଟିନାର ଫିଲ୍ମ ‘ଆର୍ଜେଣ୍ଟିନା ୧୯୮୫’ ଠାରୁ ହାରି ଯାଇଛି ।

ଏମ୍ଏମ୍ କୀରବାନି ‘ନାଟୁ ନାଟୁ..’ ଗୀତର ସ୍ଵର ସଂଯୋଜନା ବେଳେ ଚନ୍ଦ୍ରବୋଷ ଏହି ଗୀତ ରଚନା କରିଛନ୍ତି। ରାହୁଲ ସିପଲିଗଞ୍ଜ ଓ କାଲ ଭୈରବ ଏହି ଗୀତ ଗାଇଛନ୍ତି । ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଜିତିବାରେ ‘ଆରଆରଆର’ ହେଉଛି ପ୍ରଥମ ଭାରତୀୟ ଫିଲ୍ମ ।

ଶ୍ରେଷ୍ଠ ଅଣଇଂରାଜୀ ଚଳଚ୍ଚିତ୍ର ବର୍ଗରେ ‘ଆରଆରଆର’କୁ ମଧ୍ୟ ମନୋନୀତ କରାଯାଇଛି |

ଗୋଲଡେନ୍ ଗ୍ଲୋବ୍ ଜିତିଥିବା ଏହି ଗୀତଟି ‘ମୂଳ ଗୀତ’ ବର୍ଗରେ ସମ୍ମାନଜନକ ଏକାଡେମୀ ପୁରସ୍କାର ପାଇଁ ମଧ୍ୟ ଦୌଡ଼ରେ ରହିଛି।

Comments are closed.