୨୦୨୧ରେ ୪୫,୦୨୬ ମହିଳା କରିଛନ୍ତି ଆତ୍ମହତ୍ୟା, ଅଧିକାଂଶ ଗୃହିଣୀ : ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ: ୨୦୨୧ରେ ଦେଶରେ ଅତି କମରେ ୪୫,୦୨୬ ମହିଳା ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଗୃହିଣୀ ଥିଲେ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୧ରେ ସାରା ଦେଶରେ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଥିଲେ, ସେଥିମଧ୍ୟରୁ ୧,୧୮,୯୭୯ ଜଣ ପୁରୁଷ ଥିଲେ ।

ତଥ୍ୟ ଅନୁଯାୟୀ, “ଯେଉଁ ମହିଳାମାନେ ଆତ୍ମହତ୍ୟା କରିଥିଲେ ସେମାନଙ୍କ ମଧ୍ୟରେ (୨୩,୧୭୮) ଅଧିକାଂଶ ଗୃହିଣୀ ଥିଲେ । ଏହା ପରେ ଛାତ୍ରୀ (୫,୬୯୩) ଏବଂ ଦୈନିକ ମଜୁରିଆ (୪,୨୪୬) ରହିଛନ୍ତି ।

ତାମିଲନାଡୁ (୨୩,୧୭୯ ମଧ୍ୟରୁ ୩,୨୨୧), ମଧ୍ୟପ୍ରଦେଶ (୩,୦୫୫) ଏବଂ ମହାରାଷ୍ଟ୍ର (୨,୮୬୧ ଆତ୍ମହତ୍ୟା) ରେ ସର୍ବାଧିକ ଗୃହିଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଆତ୍ମହତ୍ୟା କରିଥିବା ଗୃହିଣୀ ମାନଙ୍କ ମଧ୍ୟରୁ ୬୬.୯ ପ୍ରତିଶତ (୧,୬୪,୦୩୩ ମଧ୍ୟରୁ ୧,୦୯,୭୪୯) ବିବାହିତ ହୋଇଥିବାବେଳେ ୨୪.୦ ପ୍ରତିଶତ ଅବିବାହିତ ଥିଲେ (୩୯,୪୨୧)।

୨୦୨୧ରେ ବିଧବା, ଛାଡ଼ପତ୍ର, ଜୀବନସାଥୀଙ୍କ ଠାରୁ ଅଲଗା ରହୁଥିବା ମହିଳାଙ୍କ ଆତ୍ମହତ୍ୟା ପ୍ରତିଶତ ଯଥାକ୍ରମେ ୧.୫ ପ୍ରତିଶତ (୨,୪୮୫), ୦.୫ ପ୍ରତିଶତ (୭୮୮) ଏବଂ ୦.୫ ପ୍ରତିଶତ (୮୭୧) ଥିଲା ।

Comments are closed.