ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଅଡ଼ୁଆରେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ, କାର୍ଯ୍ୟାନୁଷ୍ଠାନ ଦାବି କଲେ ମହିଳା କମିଶନ

ନୂଆଦିଲ୍ଲୀ: ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ଅଡ଼ୁଆ ବଢ଼ିଛି। | ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ହବିବ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଚୁଟି କାଟୁଥିବା ଦେଖିବାକୁ ମିଳୁଛି | ଏହାକୁ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଗମ୍ଭୀରତାର ସହ ନେଇଛନ୍ତି।

ଏହି ପ୍ରସଙ୍ଗରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କୁ ଚିଠି ଲେଖି ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏନସିଡବ୍ଲ୍ୟୁ ଜାଭେଦ ହବିବଙ୍କୁ ମଧ୍ୟ ନୋଟିସ୍ ପଠାଇବେ ବୋଲି ଜଣାପଡ଼ିଛି ।

ଜାନୁଆରୀ ୩ରେ ମୁଜାଫରନଗରରେ ନିଜର ଏକ କାର୍ଯ୍ୟକ୍ରମ ସମୟରେ ହେୟାର ଷ୍ଟାଇଲିଷ୍ଟ ଜାଭେଦ୍ ହବିବ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିବା ଦେଖିବାକୁ ମିଳୁଛି | ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା | ଭିଡିଓରେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କୁ ବାଗପତ ମଧୁବନ କଲୋନୀ ନିବାସୀ ପୂଜା ଗୁପ୍ତାଙ୍କ ମୁଣ୍ଡରେ ଛେପ ପକାଇଥିଲେ ।

Comments are closed.