ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଆବଶ୍ୟକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନ୍ନା କହିଛନ୍ତି ଯେ ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ଆମକୁ ୫୦% ସଂରକ୍ଷଣ ଆବଶ୍ୟକ। ଦେଶର ସମସ୍ତ ଆଇନ ବିଦ୍ୟାଳୟରେ କିଛି ପ୍ରତିଶତ ସଂରକ୍ଷଣର ଦାବିକୁ ଦୃଢ ସମର୍ଥନ ପୂର୍ବକ ସୁପାରିଶ କରିବାର ଆବଶ୍ୟକତା ରହିଛି। ଏହା ମହିଳାମାନଙ୍କର ଅଧିକାର | ସେମାନେ ଏହି ଦାବି କରିବାକୁ ହକଦାର | ସୁପ୍ରିମକୋର୍ଟର ୯ ଜଣ ନୂତନ ବିଚାରପତିଙ୍କ ପାଇଁ ଆୟୋଜିତ ସମ୍ମାନ ସମାରୋହରେ ଅବସରରେ ମହିଳା ଓକିଲମାନଙ୍କୁ ସମ୍ବୋଧିତ କରି ସିଜେଆଇ ଏହା କହିଛିନ୍ତି ।

ଜଷ୍ଟିସ ରମନ୍ନା କହିଛନ୍ତି ଯେ ଏହା ଏକ ହଜାରେ ବର୍ଷର ଦମନ ପ୍ରସଙ୍ଗ। ତଳ ଅଦାଲତରେ ୩୦% ରୁ କମ୍ ବିଚାରପତି ମହିଳା ଅଟନ୍ତି। ହାଇକୋର୍ଟରେ ୧୧.୫% ମହିଳା ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟର ମାତ୍ର ୧୧-୧୨ ପ୍ରତିଶତ ମହିଳା ବିଚାରପତି ଅଛନ୍ତି ଅର୍ଥାତ୍ ୩୩ ଜଣଙ୍କ ମଧ୍ୟରୁ କେବଳ ଚାରିଜଣ ମହିଳା। ଦେଶରେ ୧୭ ଲକ୍ଷ ଓକିଲ ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୧୫% ମହିଳା ଅଟନ୍ତି। ସେ କହିଛନ୍ତି ଯେ ରାଜ୍ୟର ବାର୍ କାଉନସିଲରେ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରୁ ମାତ୍ର ୨% ମହିଳା ଅଟନ୍ତି। ମୁଁ ଏହି ପ୍ରସଙ୍ଗ ଉଠାଇଥିଲି ଯେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ନ୍ୟାସନାଲ କମିଟିରେ ଜଣେ ମହିଳା ପ୍ରତିନିଧୀ କାହିଁକି ନାହାଁନ୍ତି? ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି ।

Comments are closed.