ନିଟ୍ ( ୟୁଜି ) ପରୀକ୍ଷା ଫଳ : ଅଷ୍ଟମ ସ୍ଥାନରେ ଓଡିଶାର ସ୍ଵଂୟ ଶକ୍ତି ତ୍ରିପାଠୀ

ନୂଆଦିଲ୍ଲୀ: ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା -ନିଟ୍ (ୟୁଜି) ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶାରୁ ୫୫ ହଜାର ୮୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮ ହଜାର ୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତାମିଲନାଡୁର ପ୍ରଭଞ୍ଜନ ଜେ. ଓ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ମିଳିତ ଭାବେ ସାରା ଟପ୍ପର ହୋଇଛନ୍ତି । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ ୭୧୫ ମାର୍କ ରଖିବା ସହ ଅଷ୍ଟମ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ସୂର୍ଯ୍ଯ ପ୍ରତାପ ମିଶ୍ର ୭୧୦ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୩୫ ତମ ସ୍ଥାନରେ ଅଛନ୍ତି ।

ପ୍ରଞ୍ଜାଲ ଅଗ୍ରଓ୍ବାଲ୍ ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ରାଙ୍କ ପାଇଛନ୍ତି । ଝିଅ ମାନଙ୍କ ମଧ୍ୟରେ ଓଡ଼ିଶାର ଅଭିପସା ଚୌଧୁରୀ ୧୬ତମ ସ୍ଥାନରେ ଅଛନ୍ତି । ସାମଗ୍ରିକ ଭାବେ ସେ ୬୩ ତମ ରାଙ୍କରେ ଅଛନ୍ତି ।

Comments are closed.