ଭାରତ ଆସୁଥିବା ସବୁ ଯାତ୍ରୀଙ୍କ ପାଇଁ ନେଗେଟିଭ୍ ଆରଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଭାରତ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁଯାୟୀ, ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଆରଟି-ପିସିଆର ଟେଷ୍ଟ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କରାଯିବା ଉଚିତ୍ | ଗାଇଡ ଲାଇନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସମସ୍ତ ଯାତ୍ରୀଙ୍କୁ ନିଜ ଆରଟି-ପିସିଆର ରିପୋର୍ଟର ସତ୍ୟତା ନେଇ ଏକ ଅଣ୍ଡରଟେକିଂ ବି ଦାଖଲ କରିବାକୁ ପଡ଼ିବ।

ସରକାର କିଛି ଦେଶର ଏକ ତାଲିକା ଜାରି କରିଛନ୍ତି । ଏହି ସବୁ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କୁ ଉପରୋକ୍ତ ନିୟମ ପାଳନ କରିବାକୁ ପଡିବ। ଙ୍କୁ ଦେଶ ଗୁଡ଼ିକରୁ ଭାରତରେ ପହଞ୍ଚିବା ପରେ କରୋନା ପରୀକ୍ଷା ମଧ୍ୟ କରିବାକୁ ପଡ଼ିବ | ଏହି ତାଲିକାରେ ୟୁରୋପ, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାୱେ ଅନ୍ତର୍ଭୁକ୍ତ। ଏହି ଦେଶଗୁଡିକୁ ରିସ୍କ ତାଲିକାରେ ସ୍ଥାନିତ କରାଯାଇଛି।

ସୂଚନାଯୋଗ୍ୟ ଯେ କରୋନାର ଡେଲଟା ଭାରିଆଣ୍ଟର ଏକ ମ୍ୟୁଟେସନ୍ ଭର୍ସନ ବ୍ରିଟେନରେ ବ୍ୟାପିବାରେ ଲାଗିଛି | ଅକ୍ଟୋବର ୧୧ରୁ ପ୍ରତିଦିନ ୪୦ ହଜାରରୁ ଅଧିକ ମାମଲା ରିପୋର୍ଟ ହେଉଛି। ବ୍ରିଟେନର ଅଧାରୁ ଅଧିକ ଜନସଂଖ୍ୟା କରୋନା ଟିକାର ଉଭୟ ଡୋଜ୍ ନେଇଛନ୍ତି। ବ୍ରିଟେନରେ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି | ଏହା ସତ୍ତ୍ୱେ କରୋନାର ମ୍ୟୁଟେସନ୍ ଭର୍ସନ ଏଠାରେ ଦ୍ରୁତ ଗତିରେ ବ୍ୟାପୁଛି | ଏଭଳି ସ୍ଥିତିରେ ଭାରତ ଉପରେ ଏହାର ପ୍ରଭାବ ଯେପରି ନ‌ ପଡ଼େ ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆରଟି- ପିସିଆର୍ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି । ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.