ପଞ୍ଚମ ଥର ପାଇଁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ନେଫ୍ୟୁ ରିଓ

କୋହିମା: ନେଫ୍ୟୁ ରିଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

କୋହିମାଠାରେ ମଙ୍ଗଳବାର ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ପାର୍ଟି ସଭାପତି ଜେପି ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମା ଉପସ୍ଥିତ ଥିଲେ।

ନେଫ୍ୟୁ ରିଓ ଏହା ପୂର୍ବରୁ ନାଗାଲାଣ୍ଡରେ ମାର୍ଚ୍ଚ ୨୦୧୮ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ପୂର୍ବରୁ ସେ ମାର୍ଚ୍ଚ ୨୦୦୮ ରୁ ମେ ୨୦୧୪ ଏବଂ ମାର୍ଚ୍ଚ ୨୦୦୩ ରୁ ଜାନୁୟାରୀ ୨୦୦୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।

ଫେବୃଆରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ୬୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ​​୪୦-୨୦ ଫର୍ମୁଲାରେ ଏନଡିପିପି-ବିଜେପି ଏକାଠି ନିର୍ବାଚନ ଲଢ଼ିଥିଲେ । ଏନଡିପିପି-ବିଜେପି ମେଣ୍ଟ ୩୭ଟି ଆସନ ଜିତି କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲା ।

Comments are closed.