ନୂଆ ପୁସ୍ତକରେ ଦାବି, ୧୪ ବର୍ଷ ବୟସରେ ହିଁ ରାହୁଲଙ୍କୁ ପରିପକ୍ୱ ବୋଲି ଭାବୁଥିଲେ ଇନ୍ଦିରା

ନୂଆଦିଲ୍ଲୀ: ବିରୋଧୀ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରିପକ୍ବତା ଉପରେ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୪ ବର୍ଷ ବୟସରେ ହିଁ ତାଙ୍କ ନାତିଙ୍କୁ ପରିପକ୍ୱ ବୋଲି ଭାବୁଥିଲେ ଏବଂ ରାହୁଲଙ୍କ “ସାହସ ଏବଂ ନିଷ୍ଠା” କୁ ପ୍ରଶଂସା କରୁଥିଲେ।

ବରିଷ୍ଠ ସାମ୍ବାଦିକ ରସିଦ କିଦୱାଇଙ୍କ ନୂଆ ପୁସ୍ତକ “ଲିଡର, ପଲିଟିସିଆନ, ସିଟିଜନ୍ସ” ରେ ଏହା ଦାବି କରାଯାଇଛି।

ଏହି ପୁସ୍ତକରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କ ସହ ସେହି ସବୁ ବିଷୟ ଉପରେ ଆଲୋଚନା କରୁଥିଲେ ଯାହା ସେ ତାଙ୍କ ବଡ଼ପୁଅ ରାଜୀବ ଗାନ୍ଧୀ ଏବଂ ବୋହୂ ସୋନିଆ ଗାନ୍ଧୀଙ୍କ ସହ କେବେ କରୁନଥିଲେ ।

ଏହି ପୁସ୍ତକରେ ଲେଖକ ୫୦ ଜଣ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଘଟଣାଗୁଡ଼ିକୁ ସଂକଳନ କରିଛନ୍ତି, ଯେଉଁମାନେ ଭାରତର ରାଜନୈତିକ ଦୃଶ୍ୟକୁ ପ୍ରଭାବିତ କରିଥିଲେ | ଏଥିସହ ଦେଶର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଦୁଃଖଦ ମୁହୂର୍ତ୍ତକୁ ଏବଂ ଗାନ୍ଧୀ ଏବଂ ବଚ୍ଚନ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି ।

Comments are closed.