ଜୁଲାଇ ୧ରୁ ଲାଗୁ ହବ ତିନି ନୂଆ ଆପରାଧିକ ଆଇନ

ନୂଆଦିଲ୍ଲୀ: ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାର ରୂପରେଖ ସମ୍ପୂର୍ଣ୍ଣ ବଦଳାଇବା ପୂର୍ବକ ସରକାର ଆଣିଥିବା ତିନି ନୂତନ ଆଇନ – ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ।

ଏହି ତିନି ଆଇନ ଗତ ବର୍ଷ ଡିସେମ୍ବର ୨୧ରେ ସଂସଦରେ ପାସ୍ ହୋଇଥିଲା । ଏହାପରେ ଡିସେମ୍ବର ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ନୂଆ ଫୌଜଦାରୀ ଆଇନକୁ ମଞ୍ଜୁରି ଦେଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ତିନି ନୂତନ ଆଇନ ଜୁଲାଇ ୧ ତାରିଖରୁ ସମଗ୍ର ଦେଶରେ ଲାଗୁ ହେବ । ଏହି ତିନି ଆଇନ ବ୍ରିଟିଶ ଯୁଗର ଭାରତୀୟ ପିଙ୍ଗଳ କୋଡ୍, ଅପରାଧିକ ଦଣ୍ଡ ପ୍ରକ୍ରିୟା ସଂହିତା ଏବଂ ୧୮୭୨ର ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ ।

Comments are closed.