ଭାରତରେ ମିଳିଲା ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ୍ ବିଏ.୨.୭୫ ମାମଲା

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେୟସସ୍ କହିଛନ୍ତି ଯେ ଭାରତ ସମେତ ଅନେକ ଦେଶରେ କରୋନା ଭାରିଆଣ୍ଟ୍ ଓମିକ୍ରନର ଏକ ନୂଆ ସବ୍ ଭାରିଆଣ୍ଟ୍ ବିଏ.୨.୭୫ ମାମଲା ଚିହ୍ନଟ ହୋଇଛି। ଡବ୍ଲୁଏଚ୍ଓ ଏହା ଉପରେ ନଜର ରଖିଛି ବୋଲି ସେ କହିଛନ୍ତି ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗେବ୍ରେୟସସ୍ କହିଛନ୍ତି, “ଗତ ଦୁଇ ସପ୍ତାହ ମଧ୍ୟରେ ବିଶ୍ୱରେ କୋଭିଡ୍-୧୯ ମାମଲାରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ଗତ ସପ୍ତାହରେ ଡବ୍ଲୁଏଚ୍ଓର ୬ ଉପ କ୍ଷେତ୍ର ମଧ୍ୟରୁ ଚାରି କ୍ଷେତ୍ରରେ ସଂକ୍ରମଣ ବଢ଼ିଥିବା ଲକ୍ଷ୍ୟ କରାଯାଇଛି ।

ୟୁରୋପ ଏବଂ ଆମେରିକାରେ ବିଏ.୪ ଏବଂ ବିଏ.୫ ମାମଲା ରିପୋର୍ଟ ହେବାରେ ଲାଗିଛି। ଭାରତ ଭଳି ଦେଶରେ ବିଏ.୨.୭୫ ର ମାମଲା ମଧ୍ୟ ରିପୋର୍ଟ କରାଯାଇଛି, ଯାହାକୁ ଆମେ ତଦାରଖ କରୁଛୁ। ”

ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ଟ୍ୱିଟରରେ ସେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ କରୋନା ସଂକ୍ରମଣର ଭାରିଆଣ୍ଟ୍ ଓମିକ୍ରନର ଉପ ପ୍ରଜାତି ବା ସବ୍ ଭାରିଆଣ୍ଟକୁ ବିଏ.୨.୭୫ କୁହାଯାଏ । ଏହା ପ୍ରଥମେ ଭାରତରେ ଏବଂ ପରେ ପ୍ରାୟ ୧୦ଟି ଦେଶରେ ମିଳିଛି ।

ଡବ୍ଲୁଏଚ୍ଓ କୋଭିଡ୍-୧୯ ବିଶ୍ୱ ମହାମାରୀ ଉପରେ ଏକ ସାପ୍ତାହିକ ରିପୋର୍ଟ ଜାରି କରିଛି | ଜୁଲାଇ ୬ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, କ୍ରମାଗତ ଚତୁର୍ଥ ସପ୍ତାହ ପାଇଁ ସମଗ୍ର ବିଶ୍ୱରେ ସଂକ୍ରମଣ ବୃଦ୍ଧି ପାଇଛି।

Comments are closed.