ନବମ ଓ ଦଶମ ଶ୍ରେଣୀ ପିଲାଏ‍ଁ ପଢିବେ ନୂଆ ବିଷୟ

କଟକ – ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଯୋଡ଼ି ହୋଇଛି ନୂଆ ବିଷୟ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ’ଆସପିରେସନାଲ କମ୍ପାେନେଣ୍ଟ ବ୍ୟବସ୍ଥା ଆରମ୍ଭ ହେବ । ନୂଆ ପାଠ୍ୟକ୍ରମ ନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷ ଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ।

ଆସପିରେସନାଲ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ । ବୁକ୍ ରିଭ୍ୟୁ , ପ୍ରୋଜେକ୍ଟ ୱାର୍କ , କୋ-କରିକୁଲମ ଆକ୍ଟିଭିଟି , ବେସିକ ଆଇଟି ସ୍କିଲ ବିଭାଗ ରହିବ । ପ୍ରତ୍ୟେକ ବିଷୟରେ ୨୫ ଲେଖାଏଁ ମାର୍କ ରହିବ । ବର୍ଷକୁ ୪ ଥର ଦକ୍ଷତା ମପାଯିବ । ମାର୍କ ଅନୁସାରେ ଗ୍ରେଡ ବ୍ୟବସ୍ଥା ରହିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ସମୟରେ ପିଲାଙ୍କ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବା ବେଳେ, ବର୍ତ୍ତମାନ ପିଲାଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Comments are closed.