ଅତିକ୍-ଅଶରଫ ହତ୍ୟା ମାମଲା: ଉତ୍ତର ପ୍ରଦେଶ ପୋଲିସକୁ ରିପୋର୍ଟ ମାଗିଲା ଏନ୍ଏଚ୍ଆରସି

ନୂଆଦିଲ୍ଲୀ: ମାଫିଆ ଡନ୍ ତଥା ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ଉତ୍ତର ପ୍ରଦେଶ ପୋଲିସକୁ ନୋଟିସ୍ ଜାରି କରିଛି । ଚାରି ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ପ୍ରୟାଗରାଜ ପୋଲିସ କମିଶନରଙ୍କୁ କହିଛି ଏନ୍ଏଚ୍ଆରସି ।

ଏନ୍ଏଚ୍ଆରସି ଅତିକ୍ ଓ ଅଶରଫଙ୍କ ହତ୍ୟା ସହ ଜଡ଼ିତ ସମସ୍ତ ତଥ୍ୟ ମାଗିଛି। ଏହାଛଡ଼ା ୟୁପି ପୋଲିସକୁ ଅତିକ୍-ଅଶରଫଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର କପି ମଧ୍ୟ ମାଗିଛି।

ଅତିକ୍-ଅଶରଫଙ୍କ ଡାକ୍ତରୀ ରିପୋର୍ଟ, ପୋଷ୍ଟ ମର୍ଟମ, ଭିସେରା ପରୀକ୍ଷା, ମାଜିଷ୍ଟ୍ରେଟ ଯାଞ୍ଚ୍ ରିପୋର୍ଟ ଏବଂ ଅନ୍ୟ ସବୁ ତଥ୍ୟ ଦାଖଲ କରିବାକୁ ୟୁପି ପୋଲିସକୁ ନିର୍ଦ୍ଦେଶ ଦେଇଛି ଏନ୍ଏଚ୍ଆରସି ।

ଗତ ଶନିବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମେଡିକାଲ ଚେକଅପ୍ ପାଇଁ ନିଆଯାଉଥିବା ବେଳେ ପୋଲିସ ଘେରରେ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Comments are closed.