ଖଲିସ୍ତାନୀ-ଗ୍ୟାଙ୍ଗଷ୍ଟର ନେଟଓ୍ବାର୍କ ବିରୋଧରେ ଏନ୍ଆଇଏ ଆକ୍ସନ୍, ୬ ରାଜ୍ୟର ୫୧ଟି ସ୍ଥାନରେ ଚଢ଼ାଉ, ଦୁଇ ଗିରଫ

ନୂଆଦିଲ୍ଲୀ: ଏନଆଇଏ ବୁଧବାର ଖଲିସ୍ତାନୀ-ଗ୍ୟାଙ୍ଗଷ୍ଟର ନେଟଓ୍ବାର୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ୫୧ଟି ସ୍ଥାନରେ ଚଢ଼ାଉ କରିଛି । ଲରେନ୍ସ, ବାମ୍ବିହା ଏବଂ ଅର୍ଶ ଡାଲା ଗ୍ୟାଙ୍ଗର ସହଯୋଗୀମାନଙ୍କ ଠିକଣାରେ ଏହି ରେଡ୍ ଚାଲିଛି।

ପଞ୍ଜାବର ଫିରୋଜପୁରରୁ ଖାଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲାର ଘନିଷ୍ଠ ସହଯୋଗୀ ଜୋରା ସିଂକୁ ଗିରଫ କରାଯାଇଛି। ତାର ଜବତ ମୋବାଇଲରେ ଅର୍ଶ ଡାଲା ସହ ଚାଟିଂ କରିଥିଵାର ପ୍ରମାଣ ମିଳିଛି। ଏହାଛଡା ଆଉ ଜଣେ ସନ୍ଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀକୁ ରାଜସ୍ଥାନର ଜୈସଲମେରରୁ ଗିରଫ କରାଯାଇଛି। ତାକୁ ପଚରାଉଚରା କରୁଛି ଏନଆଇଏ ।

ପଞ୍ଜାବର ପ୍ରାୟ ୩୦ଟି ସ୍ଥାନ ଏବଂ ହରିୟାଣାର ୪ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ୟୁପିର ସାହାରନପୁରର ଆଲିଗଡ, ପିଲିଭିଟ୍, ଲଖୀମପୁର ଖେରୀରେ ବି ତଲାସି ଚାଲିଛି ।

Comments are closed.