ଟେରର ଫଣ୍ଡିଂ-ଗ୍ୟାଙ୍ଗଷ୍ଟର ଲିଙ୍କ୍ ମାମଲାରେ ଆକ୍ସନ ମୋଡରେ ଏନଆଇଏ, ୭୦ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଟେରର ଫଣ୍ଡିଂ-ଗ୍ୟାଙ୍ଗଷ୍ଟର ଲିଙ୍କ୍ ମାମଲାରେ ଆକ୍ସନ ମୋଡରେ ଏନଆଇଏ । ଏଥର ଏନଆଇଏ ଟିମ୍ ଦେଶବ୍ୟାପୀ ୭୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ଏକକାଳୀନ ରେଡ୍ ଚାଲିଛି। ରାଜସ୍ଥାନରେ ଚଢ଼ାଉ ସମୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି ।

ଏନଆଇଏ ସୂଚନା ଅନୁଯାୟୀ, ୬ ଜଣ ଗ୍ୟାଙ୍ଗଷ୍ଟରଙ୍କୁ ପଚରାଉଚରା ବେଳେ ଟେରର ଫଣ୍ଡିଂରେ ଆହୁରି ଅନେକ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଥିଲା। ଏନଆଇଏ ଜେରା କରିଥିବା ଗ୍ୟାଙ୍ଗଷ୍ଟରଙ୍କ ଘର ଏବଂ ସେମାନଙ୍କ ସହଯୋଗୀଙ୍କ ଠିକଣାରେ ଚଢ଼ାଉ ଚାଲିଛି ।

ଗତଥର ଯେବେ ଏନଆଇଏ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ୟୁଏପିଏ) ଅନୁଯାୟୀ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ମାନଙ୍କୁ ପଚରାଉଚରା କରିଥିଲା, ପାକିସ୍ତାନ-ଆଇଏସଆଇ ଓ ଗ୍ୟାଙ୍ଗଷ୍ଟର ଲିଙ୍କ୍ ସାମ୍ନାକୁ ଆସିଥିଲା । ଏହା ଆଧାରରେ ଗ୍ୟାଙ୍ଗଷ୍ଟରଙ୍କ ଠିକଣାରେ ଚଢ଼ାଉ ଚାଲିଛି ।

ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଗ୍ୟାଙ୍ଗଷ୍ଟର ମାନଙ୍କ କିପରି ସହାୟତା ନିଆଯାଉଛି ତାହା ଏନ୍ଆଇଏ ତଦନ୍ତ କରୁଛି । ଏନଆଇଏ ସୂତ୍ରରୁ ପ୍ରକାଶ, ଗ୍ୟାଙ୍ଗଷ୍ଟର-ଟେରର ଫଣ୍ଡିଂ ମାମଲାରେ ଏଜେନ୍ସି ଏପର୍ଯ୍ୟନ୍ତ ତିନି ଥର ଚଢ଼ାଉ କରିଛି। ଏହାପୂର୍ବରୁ, ଗତ ବର୍ଷ ଶେଷରେ ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ରାଜ୍ୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

Comments are closed.