ଆଇଏସ୍ଆଇଏସ୍ ସନ୍ଦିଗ୍ଧଙ୍କ ଉପରେ ବଡ଼ ଆକ୍ସନ୍, ୧୩ଟି ସ୍ଥାନରେ ଏନ୍ଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଆଇଏସଆଇଏସ ସହ ଜଡିତ ସନ୍ଦେହଜନକ କାର୍ଯ୍ୟକଳାପ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି। ଯେଉଁ ରାଜ୍ୟଗୁଡ଼ିକରେ ଏନଆଇଏର ଚଢ଼ାଉ ଜାରି ରହିଛି ସେଥିରେ ମଧ୍ୟପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ରହିଛନ୍ତି। ମଧ୍ୟପ୍ରଦେଶର ଭୋପାଳ-ରାଇସେନ୍, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଆରାରିଆ, କର୍ଣ୍ଣାଟକର ଭଟକାଲ-ତୁଙ୍କୁର, ମହାରାଷ୍ଟ୍ରର କୋଲହାପୁର-ନାନ୍ଦ ଏବଂ ଉତ୍ତରପ୍ରଦେଶର ଦେଓବନ୍ଦରେ ଏହି ଏଜେନ୍ସି ଚଢ଼ାଉ କରିଛି।

ଗତ କିଛି ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉରେ ଏନଆଇଏ ଟିମ୍ ସନ୍ଦିଗ୍ଧଙ୍କ ଘରେ ଖାନତଲାସୀ ଜାରି ରଖିଛି । ରିପୋର୍ଟରେ ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ଚଢ଼ାଉ ଚାଲିଥିବା ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଏପର୍ଯ୍ୟନ୍ତ ବହୁ କାଗଜପତ୍ର / ସାମଗ୍ରୀ ଉଦ୍ଧାର କରାଯାଇଛି | ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

ଏନଆଇଏ ମାମଲା ରୁଜୁ ହେବାର ଏକ ସପ୍ତାହ ପରେ ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହି ଚଢ଼ାଉ ହୋଇଛି। ଯେଉଁଠାରେ ଏହି ଚଢ଼ଉ କରାଯାଉଛି, ଏହି ସବୁ ସ୍ଥାନ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ସହିତ ଜଡିତ ଲୋକଙ୍କର ବୋଲି କୁହାଯାଇଛି

Comments are closed.