ଜମ୍ମୁ କାଶ୍ମୀର: ସାଧାରଣ ନାଗରିକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନ୍ଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ କାଶ୍ମୀର ପଣ୍ଡିତ ହୋଇଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ। ପରେ ବିହାରର ଆଉ ଦୁଇ ଶ୍ରମିକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଥିଲା ।
ଅନ୍ୟପକ୍ଷେ ଜାମ୍ମୁ କାଶ୍ମୀରରେ ଅଣମୁସଲିମ୍ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଖବର ରହିଛି। ଜମ୍ମୁ-କଶ୍ମୀର ପୋଲିସର ଡିଜି ଏବଂ ଏନଆଇଏର ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବହୁଥର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ଧରି ଏନଆଇଏ ଡିଜି କୁଲଦୀପ ସିଂ କାଶ୍ମୀରରେ ଡେରା ପକାଇଛନ୍ତି। ଡିଜି ଜାମ୍ମୁ କାଶ୍ମୀର ପୋଲିସ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ମାମଲାରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comments are closed.