ଓମିକ୍ରନ୍ ଭୟ: ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ଏବଂ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ରାତି ୧୧ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗିବ, ଯାହାକି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ | ତେବେ ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ କିଛି ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଲୋକଙ୍କୁ କୋହଳ ଦିଆଯିବ |

ଭାରତରେ ସୋମବାର ଓମିକ୍ରନ୍ ର ସର୍ବାଧିକ ୧୫୬ଟି ମାମଲା ରିପୋର୍ଟ କରିଛି। ବର୍ତ୍ତମାନ ଦେଶରେ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୭୮ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଓମିକ୍ରନ୍ ସଂକ୍ରମିତ ୫୭୮ ଜଣଙ୍କ ମଧ୍ୟରୁ ୧୫୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.