ନୀନା ସିଂହ ସିଆଇଏସ୍ଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ତିନି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ମିଳିଛି ନୂଆ ମୁଖ୍ୟ। ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ନୀନା ସିଂହଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ସିଆଇଏସ୍ଏଫ୍ ର ପ୍ରଥମ ମହିଳା ମୁଖ୍ୟ ହୋଇଛନ୍ତି | ସେହିପରି ଅନିଶ ଦୟାଲ ସିଂହ ହୋଇଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ର ମହାନିର୍ଦ୍ଦେଶକ। ଅନିଶ ଦୟାଲଙ୍କ ସ୍ଥାନରେ ରାହୁଲ ରସଗୋତ୍ରା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ର ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ସିଆଇଏସ୍ଏଫ୍ ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଥିବା ନୀନା ସିଂହ ପ୍ରଥମେ ମଣିପୁର କ୍ୟାଡର ଆଇପିଏସ୍ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ରାଜସ୍ଥାନ କ୍ୟାଡରକୁ ଆସିଥିଲେ । ଶୈଳ ବର୍ଦ୍ଧନ ସିଂହଙ୍କ ଅବସର ପରେ ଅଗଷ୍ଟ ୩୧ରୁ ନୀନା ସିଂହ ସିଆଇଏସ୍ଏଫ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିଲେ।

Comments are closed.