ଖାଇକୁ ଖସିଲା ସେନା ଗାଡ଼ି, ୯ ଯବାନଙ୍କ ମୃତ୍ୟୁ

ଲଦାଖ: ଲଦାଖର ଲେହ ଜିଲ୍ଲାର ସେନାର ଏକ ଗାଡ଼ି ଖାଇରେ ଖସିପଡ଼ିବାରୁ ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଶନିବାର ସନ୍ଧ୍ୟାରେ ଦକ୍ଷିଣ ଲଦାଖର କ୍ୟାରୀ ଠାରେ ଘଟିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଲେହରୁ ନ୍ୟୋମା ଅଭିମୁଖେ ଯାଉଥିବା ସେନା ଗାଡ଼ି ସନ୍ଧ୍ୟା ପ୍ରାୟ ୫.୪୫ ରୁ ୬ଟା ମଧ୍ୟରେ କ୍ୟାରୀ ପୂର୍ବରୁ ୭ କିଲୋମିଟର ଦୂରରେ ଘାଟି ତଳକୁ ଖସିପଡ଼ିଥିଲା । ଗାଡିରେ ୧୦ ଜଣ ସେନା କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲଦାଖର ଲେହରେ ଘଟିଥିବା ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସୋସିଆଲ ସାଇଟ୍ ‘ଏକ୍ସ’ ରେ ଲେଖିଛନ୍ତି, “ଲଦାଖର ଲେହ ନିକଟରେ ଏକ ଦୁର୍ଘଟଣାରେ ଭାରତୀୟ ସେନା ସ ସୈନିକଙ୍କ ମୃତ୍ୟୁରେ ଦୁଃଖିତ। ଆମ ଦେଶ ପାଇଁ ସେମାନଙ୍କ ଅନୁକରଣୀୟ ସେବା ଆମେ କେବେବି ଭୁଲି ପାରିବୁ ନାହିଁ | ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି | ଆହତ କର୍ମଚାରୀଙ୍କୁ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି |

ଲେହ ସିନିୟର ପୋଲିସ୍ ଅଧୀକ୍ଷକ ପିଡି ନିତ୍ୟା କହିଛନ୍ତି, ୧୦ ଜଣ ସୈନିକଙ୍କୁ ନେଇ ଯାଉଥିବା ସେନା ଗାଡ଼ି ନ୍ୟୋମା ଆଡକୁ ଯାଉଥିଲାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ି ଘାଟି ତଳକୁ ଓଲଟି ପଡ଼ିଥିଲା।

Comments are closed.