ବିଜେପି ସଂସଦୀୟ ବୋର୍ଡରୁ ନିତିନ ଗଡକରୀ, ଶିବରାଜ ସିଂହ ଚୌହାନ ବାଦ୍

ନୂଆଦିଲ୍ଲୀ: ବିଜେପି ନିଜ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟିର ପୁନର୍ଗଠନ କରିଛି। ଦଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କୁ ନୂତନ ସଂସଦୀୟ ବୋର୍ଡରେ ସାମିଲ କରାଯାଇଛି।

ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ । କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ।

ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ମଧ୍ୟ ପୁନର୍ଗଠନ କରିଛି। ଏହି କମିଟି ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନାଡାଙ୍କ ନେତୃତ୍ୱରେ କାର୍ଯ୍ୟ କରିବ।

ଏହି ନୂତନ କେନ୍ଦ୍ରୀୟ ନିର୍ବାଚନ କମିଟିରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହା, ବି.ଏସ୍ ୟେଡିୟୁରପ୍ପା, ସରବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ୍, ଓମ୍ ମାଥୁର, ବିଏଲ୍ ସନ୍ତୋଷ ଏବଂ ବନ୍ଦୀ ଶ୍ରୀନିବାସ ଅଂଶ ଅଛନ୍ତି ।

Comments are closed.