ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ନୀତିଶ କୁମାର

ପାଟଣା: ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଚର୍ଚ୍ଚା ବେଳେ ବିବାଦୀୟ ବୟାନ ପାଇଁ ସମାଲୋଚିତ ହେବା ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ ତେବେ ମୁଁ ଏହାକୁ ପ୍ରତ୍ୟାହାର କରୁଛି। ମୋର ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି |

ତାଙ୍କ ମନ୍ତବ୍ୟକୁ ନେଇ ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଥିଲା । ଭାଷଣ ଦେବାବେଳେ ନୀତିଶଙ୍କ ମନରେ ‘ବି-ଗ୍ରେଡ୍’ ଫିଲ୍ମ ଚାଲୁଥିଲା ବୋଲି ବିଜେପି କହିଥିଲା । ଜନସଂଖ୍ୟା ନିୟନ୍ତ୍ରଣ ନେଇ ନୀତିଶ କୁମାରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ମଧ୍ୟ ଦୃଢ଼ ନିନ୍ଦା କରିଥିଲା ଏବଂ କ୍ଷମା ମାଗିବାକୁ ଦାବି କରିଥିଲେ ।

Comments are closed.