ଲଲନ୍ ସିଂହଙ୍କ ଇସ୍ତଫା, ନୀତିଶ କୁମାର ହେଲେ ଜେଡିୟୁ ସଭାପତି

ନୂଆଦିଲ୍ଲୀ: ରାଜୀବ ରଂଜନ ସିଂହ ଓରଫ୍ ଲଲନ୍ ସିଂହ ଜନତା ଦଳ (ୟୁନାଇଟେଡ୍)ର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଲଲନଙ୍କ ସ୍ଥାନରେ ଶୁକ୍ରବାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନୀତିଶ କୁମାରଙ୍କୁ ସଭାପତି କରିବାକୁ ଲଲନ୍ ହିଁ ପ୍ରସ୍ତାବ ଦେଇଥିଲେ ବୋଲି ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି ।

ଆଜି ଦଳର ଜାତୀୟ ପରିଷଦର ବୈଠକ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏଥିରେ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତିକୁ ଅନୁମୋଦନ କରାଯିବା ସମ୍ଭାବନା ରହିଛି।

ସୂତ୍ରରୁ ପ୍ରକାଶ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ଦଳର ନେତୃତ୍ୱ ନିଅନ୍ତୁ ବୋଲି କାର୍ଯ୍ୟକାରିଣୀରେ ଦଳର ଅଧିକାଂଶ ବରିଷ୍ଠ ନେତା ମତବ୍ୟକ୍ତ କରିଥିଲେ ।

ଜେଡିୟୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ ।
ନୀତିଶ କୁମାରଙ୍କ ସହ ହୋଇଥିବା ଆଲୋଚନାରେ ଦଳର ଅନେକ ନେତା ଲଲନ୍ ସିଂହଙ୍କ ନେତୃତ୍ୱ ଶୈଳୀକୁ ସମାଲୋଚନା କରିଥିଲେ ବୋଲି ସୂତ୍ରରୁ ପ୍ରକାଶ ।

Comments are closed.