ଇସ୍ତଫା ଦେଲେ ନୀତିଶ କୁମାର

ପାଟନା: ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଫେରିବା ଚର୍ଚ୍ଚା ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଇସ୍ତଫା ଦେଇଛନ୍ତି । ଜେଡିୟୁ ବିଧାୟକ ଦଳର ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ। ସେ ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ସହ ବିଜେପିର ଦୁଇଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି ।

ବିଜେପି-ଜେଡିୟୁରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୁଶୀଲ ମୋଦୀ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି ।

ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ମଧ୍ୟରୁ ଆରଜେଡିର ସର୍ବାଧିକ ୭୯ ଟି ବିଧାୟକ ଅଛନ୍ତି । ଏହା ପରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ବିଜେପିର ୭୮ ବିଧାୟକ ଥିବାବେଳେ ଜେଡିୟୁର ୪୫ ଜଣ ବିଧାୟକ ଏବଂ କଂଗ୍ରେସରେ ୧୯ ଜଣ ବିଧାୟକ ଅଛନ୍ତି। ବାମଦଳ ଗୁଡ଼ିକର ୧୬ ବିଧାୟକ ଅଛନ୍ତି।

Comments are closed.