କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଆର୍ୟନଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି । ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏବେ ତାଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ। ଆର୍ୟନଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ବି ଜାମିନ ମିଳିନାହିଁ । ଗୁରୁବାର ଆର୍ୟନଙ୍କ ଏନସିବି ରିମାଣ୍ଡ ଶେଷ ହେବା ପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ଆର୍ଯ୍ୟନ୍ ଖାନ୍ ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ଜେଲର କ୍ୱାରେଣ୍ଟାଇନ୍ ସେଲରେ ରଖାଯାଇଛି। ତିନି ଅଭିଯୁକ୍ତଙ୍କର ଆରଟି- ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା କୁହାଯାଇଛି। କିନ୍ତୁ ଜେଲର ନୂଆ ଗାଇଡଲାଇନ୍ ଅନୁଯାୟୀ ନୂଆ ଅଭିଯୁକ୍ତଙ୍କୁ ୩ ରୁ ୫ ଦିନ କ୍ୱାରେଣ୍ଟାଇନ୍ ସେଲରେ ରଖାଯାଏ। ଯଦି ୩-୫ ଦିନରେ ସେମାନଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଏ, ତେବେ ସେମାନେ ଏହି କ୍ୱାରେଣ୍ଟାଇନ୍ ସେଲରେ ରହିବେ | ବର୍ତ୍ତମାନ ଉଭୟ ଆର୍ୟନ ଏବଂ ଅରବାଜ୍ ନୂଆ ଜେଲର ପ୍ରଥମ ମହଲାରେ ବ୍ୟାରେଜ୍ ନମ୍ବର ୧ ରେ ରହିଛନ୍ତି।

Comments are closed.