ମାସ୍କ ନ ପିନ୍ଧିଥିଲେ ମିଳିବନି ଜିନିଷ : ନିୟମ କଡ଼ାକଡ଼ି କଲା ବିଏମସି

ଭୁବନେଶ୍ୱର – ମାସ୍କ କଟକଣା କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ- ବିଏମସି । ମାସ୍କ ନପିନ୍ଧିଲେ ଗ୍ରାହକଙ୍କୁ ଜିନିଷ ନଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଆଗରେ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍‌ସ ଲେଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମାସ୍କ ପିନ୍ଧି ନଥିଲେ ପେଟ୍ରୋଲ ବି ଦିଆଯିବ ନାହିଁ । ଏ ନେଇ ପମ୍ପ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଏବଂ ବେସରକାରୀ ଅଫିସରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି । ଭୁବନେଶ୍ବରରେ ଥିବା କମ୍ପାନି ମୁଖ୍ୟାଳୟର ସିଇଓ ଓ ମ୍ୟାନେଜରଙ୍କୁ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏଭଳି କଟକଣା ମାନିବାକୁ କହିଛି ବିଏମସି ।

Comments are closed.