ସ୍ୱାଭାବିକ ସ୍ଥିତିକୁ ଫେରିଲା ବାହାନଗା ବଜାର ଷ୍ଟେସନ

ବାଲେଶ୍ବର: ଜୁନ ୨ ତାରିଖର ଭୟାବୟ ଦୁର୍ଘଟଣା ପରେ ବାହାନଗା ବଜାର ରେଳ ଷ୍ଟେସନରେ ସ୍ଵାଭାବିକ ଅବସ୍ଥା ଫେରିଛି । ଷ୍ଟେସନର ସିଗନାଲିଂ ସିଷ୍ଟମ
ସ୍ବାଭାବିକ ହୋଇଛି । ଷ୍ଟେସନରେ ଟ୍ରେନର ରହଣି ବି ହୋଇଛି। ଷ୍ଟେସନରେ ଚଳାଚଳ ସ୍ଵାଭାବିକ ନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ସୂଚନା ଦେଇଛନ୍ତି। ଆଜି ବାହାନଗା ଷ୍ଟେସନ୍‌ରେ ୪ଟି ଟ୍ରେନ୍ ରହଣି କରିଥିବା ସେ କହିଛନ୍ତି। ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହଣି କରୁନଥିଲା ।

Comments are closed.